ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରପୃଷ୍ଠର ଏକ ଫଟୋ ସେୟାର କରାଯାଇଛି । ଚନ୍ଦ୍ରାୟନ-2 ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି । ଇସ୍ରୋର ଟ୍ବିଟ୍ଟର ପେଜ୍ରେ ଏହି ଫଟୋଟି ଶୁକ୍ରବାର ରାତିରେ ସେୟାର କରାଯାଇଥିଲା । ଏହି ଫଟୋରେ ଚନ୍ଦ୍ରର ଦକ୍ଷିଣ ମେରୁର 100 କିମି ଦୂରରେ ଅବସ୍ଥିତ ବୋଗୁସ୍ଲାସ୍କ୍ବି ଇ କାର୍ଟରର ଫଟୋ ଉତ୍ତୋଳନ କରାଯାଇଥିଲା । 14 କିମି ବ୍ୟାସାର୍ଦ୍ଧ ଏବଂ 3 କିମି ଗଭୀର ବିଶିଷ୍ଟ ଏହି ସ୍ଥାନକୁ ବିଖ୍ୟାତ ଜର୍ମାନ ମହାକାଶଚାରୀ ପାଲୋନ୍ ଏଚ୍ ଲ୍ୟୁଡିଂ ଭନ୍ ବୋଗୁସ୍ଲାସ୍କ୍ବିଙ୍କ ନାମରେ ନାମିତ କରାଯାଇଛି । ଚନ୍ଦ୍ରଯାନ ମିଶନରେ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ବିଫଳ ହୋଇଥିଲେ ମଧ୍ୟ ଅର୍ବିଟର କକ୍ଷପଥର ଘୁରିବା ସହିତ ଫଟୋ ଉତ୍ତୋଳନ କରୁଛି ।


