ଘରୋଇ କଳିରୁ ବାପାକୁ ହତ୍ୟା କଲା ପୁଅ । ଏହି ଅଭାବନୀୟ ଘଟଣାଟି କେନ୍ଦ୍ରାପଡାରେ ଘଟିଛି । ମାଂସ ରୋଷେଇ କରି ନ ଥିବାରୁ ବାପାକୁ ପିଟି ପିଟି ମାରି ଦେଲା ପୁଅ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ। ଘନଶ୍ୟାମ ସେଠୀଙ୍କ ପୁଅ ଜଗନ୍ନାଥ ସେଠୀଙ୍କୁ ପେଲିସ୍ ଏହି ଘଟଣାରେ ଗିରଫ କରିଛି । ଶୁକ୍ରବାର ଏହି ଘଟଣା ଘଟିଛି । ଉତ୍ୟକ୍ତ ଜଗନ୍ନାଥ ଏକ କାଠ ଫାଳିଆରେ ନିଜ ପିତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।