ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଦୃଢ ସ୍ଥିତିରେ ରହିଛି । ନିଜର ପ୍ରତ୍ୟାବର୍ତ୍ତନରେ ରବିଚନ୍ଦ୍ରନ ଅଶ୍ବିନ୍ 7ଟି ଓ୍ବିକେଟ୍ ଅକ୍ତିଆର କରିବାରୁ ଦକ୍ଷିଣ ଆଫ୍ରିକା 431 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଦୀର୍ଘ ଦିନପରେ ପ୍ରତ୍ୟାବର୍ତ୍ତନ କରିଥିବା ଅଶ୍ବିନ୍ 145 ରନ୍ ବିନିମୟରେ 7ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିନ୍ ଏଲ୍ଗାର(160) ଏବଂ କ୍ବୀଣ୍ଟନ୍ ଡିକକ୍(111) ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫାଫ୍ ଡୁପ୍ଲେସିସ୍ 55 ରନ୍ ସଂଗ୍ରହ କରିଥିଲେ । ଜବାବରେ ଲଞ୍ଚ ସୁଦ୍ଧା ଭାରତ ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବିକେଟ୍ ହରାଇ 25 ରନ୍ ସଂଗ୍ରହ କରି ଅଗ୍ରଣୀକୁ 106 ରନ୍ରେ ପହଞ୍ଚାଇଛି ।