ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କୀ ଆକ୍ରମଣରେ 14 ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ସାମିଲ ଅଛନ୍ତି । ଶନିବାର ଦିନ 11ଟାରେ ଡେପୁଟି ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତଙ୍କୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଘେରାବନ୍ଦୀ କରି ପୋଲିସର ସର୍ଚ୍ଚ ଅପରେଶନ ଜାରି ରହିଛି । ଏହା ସହିତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ ଜଣେ ଟ୍ରାଫିକ୍ ପୋଲିସ୍ ଏବଂ ଜଣେ ସାମ୍ବାଦିକ ରହିଥିବା ଜଣାପଡିଛି । କେନ୍ଦ୍ର ସରକାର ଧାରା 370 ଉଚ୍ଛେଦ କରିବା ପରେ ଏହି ଆକ୍ରମଣ ହେଉଛି ପ୍ରଥମ ଘଟଣା।