ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ଲାଗୁ କରାଯିବା ପରେ ମିଜୋରାମରେ ଏହାକୁ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ନିଷ୍ପତ୍ତିକୁ ନେଇ ମିଜୋରାମର ବିଭିନ୍ନ ମହଲରୁ ବିରୋଧ ପ୍ରଦର୍ଶନ କରାଯିବା ପରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ମିଜୋରାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କ ସହିତ ଆଲୋଚନା କରିଛନ୍ତି । ଡିସେମ୍ବର 31ରେ ଏହି ବିଲ୍ ଲାଗୁ ହେବାକୁ ଥିବାରୁ ବିଲ୍ରେ ସଂଶୋଧନ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ନିବେଦନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଆସାମରେ ଏହି ବିଲ୍ ଲାଗୁ ହେବା ପରେ ଆସାମରେ 19 ଲକ୍ଷ 20 ହଜାର ଲୋକଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିଲା ।