ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ରେ ରୋହିତ ଶର୍ମା ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ଦ୍ବିତୀୟ ଇନିଂସରେ ଶତକ ହାସଲ ସହିତ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରିଛନ୍ତି ରୋହିତ । ପ୍ରଥମ ଇନିଂସରେ 176 ରନ୍ କରିଥିବା ରୋହିତ ଦ୍ବିତୀୟ ଇନିଂସରେ 127 ରନ୍ର ଇନିଂସ ଖେଳିଥିଲେ । ରୋହିତଙ୍କ ଧୂଆଁଧାର ଇନିଂସ ଫଳରେ ଭାରତ 3 ଓ୍ବିକେଟ୍ 239 ରନ୍ ସଂଗ୍ରହ କରିବା ସହିତ 310 ରନ୍ର ଅଗ୍ରଣୀ ହାସଲ କରିଛି । ଷଷ୍ଠ ଭାରତୀୟ ଖେଳାଳି ଭାବରେ ଏହି ରେକର୍ଡ ହାସଲ କରିଛନ୍ତି ରୋହିତ । ସୁନୀଲ ଗାଭାସ୍କର ତିନିଥର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଏହା ସହିତ ଏହି ଟେଷ୍ଟ ମ୍ୟାଚ୍ରେ ରୋହିତ 13ଟି ଛକ୍କା ମାରି ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକ୍କା ମାରି ନଭଜୋତ ସିଂ ସିଦ୍ଧୁଙ୍କ ରେକର୍ଡ ଭାଙ୍ଗିଛନ୍ତି ରୋହିତ ।