ସମୀକ୍ଷା ବ୍ୟୁରୋ
ଆସନ୍ତାକାଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତି ରବିବାର ସକାଳ 10ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେ ସେଠାରୁ ସିଧା କିଟ୍ କ୍ୟାମ୍ପସକୁ ଯିବେ। ସେଠାରେ ଦିନ 11ଟାରେ 39ତମ ବିଶ୍ବ କବି ସମ୍ମିଳନୀର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାପରେ ସେ କଟକ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ 3ଟା 55 ମିନିଟରେ ଉପରାଷ୍ଟ୍ରପତି କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମରେ ପହଁଚିବେ। ସେଠାରେ ଦୈନିକ ସମାଜର ଶହେତମ ଜନ୍ମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ 5 ଟା 55 ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ନୂଆ ଦିଲ୍ଲୀ ଫେରିଯିବେ। ତାଙ୍କ ଗସ୍ତକୁ ଦେଖି ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।