ଆଜି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି।ଆଉ ଅଳ୍ପ ସମୟ ମଧ୍ୟରେ ଉପରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେ ସେଠାରୁ ସିଧା କିଟ୍ କ୍ୟାମ୍ପସକୁ ଯିବେ। ସେଠାରେ ଦିନ 11ଟାରେ 39ତମ ବିଶ୍ବ କବି ସମ୍ମିଳନୀର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାପରେ ସେ ରାଜଭବନ ଆସି ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ସେ କଟକ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ 3ଟା 55 ମିନିଟରେ ଉପରାଷ୍ଟ୍ରପତି କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମରେ ପହଁଚିବେ। ସେଠାରେ ଦୈନିକ ସମାଜର ଶହେତମ ଜନ୍ମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ 5 ଟା 55 ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ନୂଆ ଦିଲ୍ଲୀ ଫେରିଯିବେ।