ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ନୃଶଂସ କାଣ୍ଡ ଘଟିଛି । ଗୋଷ୍ଠୀକନ୍ଦଳକୁ ନେଇ ବାପା ଆଗରେ ପୁଅକୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହି ଗାଁରେ ପୂର୍ବ ବିବାଦକୁ ନେଇ 2 ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ସେହି ବିବାଦର ସମାଧାନ କରିବାକୁ ଆଲୋଚନା ପାଇଁ 2 ଗୋଷ୍ଠୀ ଏକାଠି ହୋଇଥିଲେ । ବିବାଦର ସମାଧାନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଫଳରେ ଅପର ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠି ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।