ଦିନିକିଆ ଓଡିଶା ଗସ୍ତରେ ରହିଥିବା ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଭୁବନେଶ୍ବରରେ ଅନୁଷ୍ଠିତ ବିଶ୍ବ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଓଡିଆ ଭାଷାରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶାକୁ ଆସିଥିବାରୁ ଅତ୍ୟନ୍ତ ଉଲ୍ଲସିତ ବୋଲି ଉପ ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ସମାଜରେ ପରିବର୍ତ୍ତନ ଆଣିବାରେ କବିତାର ଏକ ବୃହତ ଭୂମିକା ରହିଥାଏ ଏବଂ ଭାଇଚାରା ସୃଷ୍ଟି ପାଇଁ ଏହା ଏକ ଉତ୍ତମ ମାଧ୍ୟମ ବୋଲି ସେ କହିଥିଲେ । ଗାନ୍ଧୀ ସତ୍ୟ ଓ ଅହିଂସାର ଦୂତ ଏବଂ ଗାନ୍ଧୀଙ୍କ ନୀତି ଆଜିର ସମୟ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ନାଇଡୁ କହିଥିଲେ । ସମଗ୍ର ବିଶ୍ବ ଏକ ପରିବାର ସଦୃଶ । ସାହିତ୍ୟ, କଳା, ସଙ୍ଗୀତ ସମଗ୍ର ବିଶ୍ବରେ ଖୁସି ଓ ସଦ୍ଭାବନା ଆଣିଥାଏ ବୋଲି ନାଇଡୁ କହିଛନ୍ତି ।