50 ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍(ଆଇଏଫଏଫ୍ଆଇ) ରେ ଭାରତୀୟ ସିନେମାର ଭୀଷ୍ମ ପିତାମହ ଅମିତାଭ ବଚ୍ଚନ ସମ୍ମାନିତ ହେବେ ବୋଲି ଜଣାପଡିଛି । ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଆଇଏଫଏଫ୍ଆଇରେ 76ରୁ ଅଧିକ ରାଷ୍ଟ୍ର ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ସମୁଦାୟ 241ଟି ସିନେମା ପ୍ରଦର୍ଶିତ ହେବ । 200ଟି ଶ୍ରେଷ୍ଠ ଫିଲ୍ମ ସହିତ 26ଟି ଫିଚର ଫିଲ୍ମ ଏବଂ 15ଟି ନନ୍ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । 10 ହଜାରରୁ ଅଧିକ ସିନେମା ପ୍ରେମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ନଭେମ୍ବର 20ରୁ 28 ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ଅମିତାଭଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।