ଇରାକରେ ପୋଲିସ୍ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଛି । ରବିବାର ରାତିରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଲଗା ଅଲଗା ସଙ୍ଘର୍ଷରେ 104 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି । ଇରାକର ରାଜଧାନୀ ବାଗ୍ଦାଦ ଏବଂ ତାହାରିରରେ ଏହି ସଙ୍ଘର୍ଷ ଘଟିଥିଲା । ସରକାର ବିରୋଧୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ପୋଲିସ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ଦକ୍ଷିଣ ବାଗ୍ଦାଦର ନସିରିହାରେ 36 ଜଣ ପ୍ରାଣ ହରାଇଥିବା ବେଳେ ତାହରିର୍ରେ 38 ଜଣ ପ୍ରାଣ ହରାଇଛନ୍ତି । ଏହା ବ୍ୟତିତ ଶତାଧିକ ସାଧାରଣ ଜନତାଙ୍କୁ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି ।