ମୁମ୍ବାଇ ମେଟ୍ରୋ ନିର୍ମାଣ ପାଇଁ ଆରେ କଲୋନୀରେ 1000ରୁ ଅଧିକ ଗଛ କଟାଯାଇଥିବା ମାମଲାର ଆଜି ଶୁଣାଣୀ ହେବାକୁ ଯାଉଛି । ସୁପ୍ରିମକୋର୍ଟର ଏକ ସ୍ବତନ୍ତ୍ର ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଏହି ମାମଲାକୁ ନେଇ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଆଇନ ଛାତ୍ରଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଏହି ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ଅରୁଣ ମିଶ୍ର ଏବଂ ଅଶୋକ ଭୂଷଣଙ୍କ ନେତୃ୍ତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାରେ 29 ଜଣ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ଦିନ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନରେ ଛଡାଯାଇଥିଲା ।