ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ ନଦୀକୁ ଖସି ପଡିଛି । ତେଲ ନଦୀର ତୁଷୁରା ପୋଲରେ ଏହି ଘଟଣା ଘଟିଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର୍ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହଁ । ଟ୍ରକ୍ଟି ଭାରସାମ୍ୟ ହରାଇ ପୋଲ ବାଡ଼ ଭାଙ୍ଗି ବିଳମ୍ବିତ ରାତିରେ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍କୁ ଖବର ଦେଇଥିଲେ । ସକାଳୁ ପୋଲିସ୍ ଓ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।