କେଉଁଠି ବି ଆସିପାରେ ମୃତ୍ୟୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନର କାର୍ଡିଫ୍ରେ। କାର୍ଡିଫ୍ ହାଫ୍ ମାରାଥନ୍ରେ ଜଣେ ପ୍ରତିଯୋଗୀ ପ୍ରାଣ ହରାଇଛନ୍ତି। ରବିବାର ଅନୁଷ୍ଠିତ ଏହି ହାଫ୍ ମାରାଥନ୍ରେ ଏହି ଘଟଣା ଘଟିଥିବା ନେଇ ଆୟୋଜକ ପ୍ରକାଶ କରିଛନ୍ତି। ଧାବକ ଜଣକ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ବ୍ୟବସ୍ଥା ପ୍ରଦାନ କରାଯିବା ସହିତ ୟୁନିଭର୍ସିଟି ହସ୍ପିଟାଲ ଅଫ୍ ଓ୍ବେଲ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାବକଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ହୃଦ୍ଘାତରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହି ଇଭେଣ୍ଟରେ ଗତବର୍ଷ ମଧ୍ୟ ଦୁଇ ବ୍ରିଟିଶ୍ ନାଗରିକଙ୍କ ପ୍ରାଣହାନି ଘଟିଥିଲା। ରବିବାରର ଇଭେଣ୍ଟରେ 27 ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କେନିଆର ଲିଓନାର୍ଡ ଲାଙ୍ଗାଟ ପୁରୁଷ ବର୍ଗରେ 59.30 ମିନିଟ୍ ସମୟ ନେଇ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ କେନିଆର ଲୁସି ଚେରୁଇଓଟ୍ 1.08.20 ମିନିଟ୍ ସମୟ ନେଇ ବିଜୟୀ ହୋଇଥିଲେ।