ଆତଙ୍କବାଦୀ ହଫିଜ୍ ସଇଦ୍ ବିରୋଧରେ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଆର୍ଥିକ ଦୁର୍ନୀତି ପ୍ରତିରୋଧ ପାଇଁ ଥିବା ଅନୁଷ୍ଠାନ୍ ଏଫଏଟିଏଫ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା 40 ମାନଦଣ୍ଡ ମଧ୍ୟରୁ ପାକିସ୍ତାନ 4ଟି ମାନଦଣ୍ଡକୁ ଆଦୌ ପାଳନ କରୁନାହିଁ ବୋଲି 228 ପୃଷ୍ଠା ରିପୋର୍ଟରେ ପ୍ରକାଶ କରିଛି ଏଫ୍ଟିଏଫ୍ । ଅଗଷ୍ଟ ମାସରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ 40ରୁ 32ଟି ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଏହି ଧାରା ଜାରି ରହିଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନେଇ ଏଫଟିଏଫ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।