ସମୀକ୍ଷା ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଅଧାରାବଣ କହିଛନ୍ତି। ସୁର କହିଛନ୍ତି ଯେ, ସବୁ ଦଳରେ ରାବଣ ଅଛନ୍ତି। ଓଡିଶା ରାଜନୀତିରେ 2ରୁ 3 ଜଣ ରାବଣ ରହିଛନ୍ତି। କଂଗ୍ରେସରେ ମଧ୍ୟ ଅଛନ୍ତି। ବିଜେଡିରେ ଗୋଟିଏ ରାବଣ। ସେ କେବଳ କର୍ମଚାରୀଙ୍କ ଧରି ଶାସନ କରୁଛନ୍ତି। ନବୀନ ହେଉଛନ୍ତି ଅଧା ରାବଣ। ପୂର୍ବରୁ ସେ ରାମ ଥିଲେ ମଝିରେ ରାବଣ ହେଲେ ପରେ ରାମ ଆଉ ଏବେ ଅଧା ରାବଣ ଅଛନ୍ତି। ସେହିପରି ଧର୍ମେନ୍ଦ୍ରଙ୍କୁ ବିଜେପିର ଅଧାରାବଣ ବୋଲି ଅଭିହିତ କରିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ସେହିପରି ରାଜ୍ୟରେ କଂଗ୍ରେସ ମୁଖ୍ୟ ରହିଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ରାମଙ୍କ ସହିତ ତୁଳନା କରିଥିଲେ ସୁର।