ସମୀକ୍ଷା ବ୍ୟୁରୋ
ବରିଷ୍ଠ ନେତା ଦାମୋଦର ରାଉତ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଜଣାପଡିବା ପରେ ତାଙ୍କର ଝିଅ ତଥା ଭୁବନେଶ୍ବର ମହାନଗରର ପୂର୍ବତ୍ତନ କରପୋରେଟର ପ୍ରୀତିନନ୍ଦା ରାଉତରାୟ ତୁରନ୍ତ ଭୁବନେଶ୍ବର ଫେରି ଆସୁଛନ୍ତି। ସେ ପୂଜା ଛୁଟିରେ ବାହାରକୁ ଯାଇଥିଲେ। ତାଙ୍କ ପୁତ୍ର ତଥା ବିଜେଡି ବିଧାୟକ ସଂବିତ ରାଉତରାୟ ମଧ୍ୟ ବାହାରେ ଅଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଜଣାପଡିଛି। ନିକଟରେ ଦାମୋଦର ରାଉତ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ବିଜେପି ଦଳ ପଚାରୁ ନାହିଁ ବୋଲି ମଧ୍ୟ ଦାମ କ୍ଷୋଭ ପ୍ରକାଶ କରିଥିଲେ। ବିଜେପୁର ଉପନିର୍ବାଚନରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସାମିଲ କରି ନାହିଁ। ଯାହାକୁ ନେଇ ଦାମୋଦର ରାଉତ ଅସନ୍ତୁଷ୍ଠ ପ୍ରକାଶ କରିଛନ୍ତି।