ପବିତ୍ର ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବିଜୟା ଦଶମୀରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପର୍ବ ମାଧ୍ୟମରେ ସତ୍ମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ, ସମସ୍ତଙ୍କ ପାଇଁ ଏହି ପର୍ବ ଖୁସି ଓ ସମୃଦ୍ଧି ନେଇ ଆସୁ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ବିଜୟା ଦଶମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ଅଟେ ବୋଲି ମୋଦି ଟ୍ବିଟ୍ କରିଛନ୍ତି ।