ବାଲିକୁଦା ଯୁବକ ପୋଡି ଘଟଣାରେ ଅଭିଯୁକ୍ତା ପ୍ରେମିକାକୁ ପୋଲିସ୍ ପଚରାଉଚୁରା କରିଛି । ପରକୀୟା ପ୍ରେମ ଓ ପ୍ରତାରଣାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତା ‘ମଧୁ’ଙ୍କୁ ଜେରା କରୁଛି ପୋଲିସ୍ । ଗତକାଲି ପୁଲିସ୍ ତାଙ୍କୁ କଟକରେ ଜେରା କରିଥିଲା । ଅଧିକ ତଥ୍ୟ ହାସଲ ପାଇଁ ଆଜି ଦାଆଗାଁ ନିଆଯାଇ ଜେରା କରାଯିବ ବୋଲି ଜଗତସିଂହପୁର ସଦର ଏସଡିପିଓ କହିଛନ୍ତି । ପୂର୍ବର ହତ୍ୟା ଘଟଣାରେ ସନ୍ଦିଗ୍ଧ ମହିଳାଙ୍କ ବାପା ଏବଂ ଦୁଇ ଭଉଣୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ୍ ।