ଭିଡ ହିଂସା ପାଶ୍ଚାତ୍ୟ ସଂସ୍କୃତିର ଅଂଶବିଶେଷ ଏବଂ ଭାରତକୁ ଅଯଥାରେ ବଦନାମ କରାଯାଉଛି ବୋଲି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି । ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ପକ୍ଷରୁ ଅନୁଷ୍ଠିତ ଦଶହରା କାର୍ଯ୍ୟକ୍ରମରେ ଭାଗବତ ଏହି ମତ ଦେଇଛନ୍ତି । କିଛି ସାମାଜିକ ହିଂସାକୁ ଭିଡ ହିଂସାର ରୂପ ଦିଆଯାଇ ଭାରତକୁ ବଦନାମ କରିବାର ଚେଷ୍ଟା କରାଯାଉଛି ବୋଲି ଭାଗବତ ମତ ଦେଇଥିଲେ । ଏପରି କରାଯାଇ ଦେଶର ହିନ୍ଦୁ ସମ୍ପ୍ରଦାୟକୁ ବଦନାମ କରାଯାଉଛି ଏବଂ ଅନ୍ୟାନ୍ୟ ଧର୍ମର ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ଭାଗବତ ମତ ଦେଇଛନ୍ତି । ସେହିପରି ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଥିଲେ ମୋହନ ଭାଗବତ ।