ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବିଶ୍ବର ଅଭ୍ୟୁଦୟ ଏବଂ ସୌର ମଣ୍ଡଳରେ ପୃଥିବୀର ଅବସ୍ଥିତି ନେଇ ଅଧ୍ୟୟନ ନିମନ୍ତେ ଜେମ୍ସ ପିବଲ୍ସ, ମିଚେଲ୍ ମେୟର ଏବଂ ଡିଡିଏର କ୍ବିଲୋଜ୍ଙ୍କମ ନାମ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ମଙ୍ଗଳବାର ରୟାଲ ସ୍ବିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ତିନି ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ପିବଲ୍ସ ବିଶ୍ବର ଅଭ୍ୟୁଦୟ ନେଇ ଅଧ୍ୟୟନ କରୁଥିବା ବେଳେ ମିଚେଲ ମେୟର୍ ଏବଂ ଡିଡିଏର୍ କ୍ବିଲୋଜ୍ ସୌରମଣ୍ଡଳ ପରି ଅନ୍ୟ ଏକ ନକ୍ଷତ୍ର 51 ପେଗାସୀର ଆବିଷ୍କାର କରିଥିଲେ ।