ସମୀକ୍ଷା ବ୍ୟୁରୋ
5ଟି ର ସଚିବ ଭି କେ ପାଣ୍ଡିୟାନ ଆଜି ଅଚାନକ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ବୁଲି ମୋ ସରକାର କିପରି ଚାଲିଛି ତାହାର ତଦାରଖ କରିଛନ୍ତି। ସେ ମାଲକାନାଗିରି, ନବରଂଗପୁର, କୋରାପୁଟ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଦାରଖ କରିଥିଲେ। ପ୍ରଥମେ ମାଲାକାନାଗିରି ଜିଲ୍ଲା ଚିକିତ୍ସାଳୟରେ ଏହି ଯୋଜନା କିପରି ଚାଲିଛି ତାହା ତଦାରଖ କରିଥିଲେ। ଏହାପରେ ସେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚିକିତ୍ସାଳୟ ବୁଲି ଦେଖିଥିଲେ। ସେଠାରେ ସେ ଡାକ୍ତରଙ୍କ ସହିତ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ କିପରି ସେବା ଚାଲିଛି, କଣ ଅସୁବିଧା ହେଉଛି ତାହା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ନେଇ ସବୁ ସରକାରୀ ଅଧିକାରୀ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ପ୍ରଥମେ ହସପିଟାଲ ଏବଂ ଥାନାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ସଚିବ ପାଣ୍ଡିୟାନ୍ ପ୍ରଥମେ ହସପିଟାଲଗୁଡିକ ବୁଲି ଦେଖିଥିଲେ। ତାଙ୍କ ସହିତ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଦଳରେ ଅଛନ୍ତି। ପରିବର୍ତ୍ତି ସମୟରେ 5ଟି ସଚିବ ଭି କେ ପାଣ୍ଡିୟାନ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କରି ଏହି ଯୋଜନା କିପରି ଚାଲିଛି ତାହାର ଅନୁଧ୍ୟାନ କରିବେ।