Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ସମାଜସେବି ମାନସୀ ପ୍ରଧାନ ପାଇଲେ “ଗାର୍ଡିୟାନସ ଅଫ ହ୍ୟୁମାନିଟ୍” ସମ୍ମାନ
ଆଜିର ଖବର

ଓଡିଶାର ସମାଜସେବି ମାନସୀ ପ୍ରଧାନ ପାଇଲେ “ଗାର୍ଡିୟାନସ ଅଫ ହ୍ୟୁମାନିଟ୍” ସମ୍ମାନ

October 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମାଉଣ୍ଟ ଆବୁରେ ଆୟୋଜିତ ଏକ ଉତ୍ସବରେ ଓଡିଶାର ବିଶିଷ୍ଠ ସମାଜ ସେବି ମାନସୀ ପ୍ରଧାନଙ୍କୁ ମିଳିଛି ଗାର୍ଡିୟାନସ ଅଫ ହ୍ୟୁମାନିଟ ସମ୍ମାନ। ବ୍ରହ୍ମା କୁମାର ଗ୍ଲୋବାଲ ସମିଟରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଆଇନି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ସମିଟରେ 140ଟି ଦେଶରୁ 25 ହଜାର ଡେଲିଗେଟ୍ସ ଯୋଗ ଦେଇଥିଲେ। ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମାନସୀ ନୂଆଦିଲ୍ଲୀରେ ନିର୍ଭୟା ସେନା ନାମିତ ଏକ ଅନୁଷ୍ଠାନ ଗଠନ କରି ଅସହାୟ ମହିଳାମାନଙ୍କ ପାଇଁ କାମ କରୁଛନ୍ତି। ମାନସୀ ପୂର୍ବରୁ ଅକ୍ସଫୋର୍ଡ ୟୁନିଭର୍ସିଟି ତରଫରୁ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସୁଯୋଗ ମିଳିଥିଲା। ଏଥିସହିତ ରାଣୀ ଲକ୍ଷ୍ମୀବାଇ ସମ୍ମାନ ସହିତ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି। ମାନସୀ ପୂର୍ବରୁ ଜାତୀୟ ମହିଳା କମିଶନରେ ଜଣେ ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ସେ କମିଶନ ତରଫରୁ ଓଡିଶାର ବିଭିନ୍ନ ମହିଳା ନିର୍ଯ୍ୟାତନାର ତଦନ୍ତ କରିବାକୁ ଓଡିଶା ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଜନ୍ମିତ ମାନସୀ କଂଗ୍ରେସର ଜଣେ ସକ୍ରିୟ କର୍ମି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ 2014ରେ କଂଗ୍ରେସ ଦଳ ତରଫରୁ ବିଧାନସଭା ପାଇଁ ଲଢେଇ ମଧ୍ୟ କରିଥିଲେ। ବର୍ତ୍ତମାନ ସେ ରାଜନୀତିରେ ଅଧିକ ମନ ନିବେଶ ନ କରି ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। 140ଟି ଦେଶର ଡେଲିଗେଟ୍ସ ଆଗରେ ଏ ଭଳି ସମ୍ମାନ ମିଳିବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର କଥା।

 

ମାନସୀ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

“ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା

September 4, 2025

ଜିଏସଟି ସଂସ୍କାରକୁ ନେଇ ବିଭିନ୍ନ ଶିଳ୍ପ ସଂଗଠନର ସ୍ବାଗତ

September 4, 2025

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

September 4, 2025
Latest News

ଚୋରି ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ

September 4, 2025

କେନ୍ଦୁପତ୍ରରୁ ହ୍ରାସ ପାଇଲା ଜିଏସଟି, ଓଡିଶା ପାଇଁ ଖୁସି ଖବର ବୋଲି କହିଲେ ମୁଖ୍ୟମନ୍ତ୍ରୀ

September 4, 2025

“ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା

September 4, 2025

ଜିଏସଟି ସଂସ୍କାରକୁ ନେଇ ବିଭିନ୍ନ ଶିଳ୍ପ ସଂଗଠନର ସ୍ବାଗତ

September 4, 2025

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.