ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍ କ୍ୟାମ୍ପ ଉପରେ ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ପୁଲିସ୍ ସନ୍ଦେହ କରୁଛି । ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍ କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି । ଯାହାକି ସ୍ଥାନୀୟ ପୁଲିସ୍କୁ ଚିନ୍ତାରେ ପକାଇ ଦେଇଛି । ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ପୁଲିସ୍ ତତ୍ପରତା ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।