ପୁରୀ ସମୁଦ୍ର ବେଳାଭୂମିରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଲାଇଫ୍ଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି । ଲାଇଫ୍ ଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଥିବା ମହିଳାଙ୍କ ନାମ ଲୀଳାବତୀ ସାହୁ । ସେ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତୀ ପୁରୀ ଭ୍ରମଣ ପାଇଁ ଆସିଥିବା ବେଳେ ଦକ୍ଷିଣ ସ୍ୱର୍ଗଦ୍ୱାର ବେଳାଭୂମିରେ ପରିବାର ଲୋକଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଜୁଆର କାରଣରୁ ଭାସି ଯାଉଥିବା ବେଳେ ତୁରନ୍ତ ଦୁଇ ଜଣ ଲାଇଫ୍ଗାର୍ଡ କର୍ମଚାରୀ ଜି. ଚକ୍ରଧର ଓ କେ. ଅଜିତ ପାଣିକୁ ଡେଇଁ ଲୀଳାବତୀଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସୁସ୍ଥ ଅଛନ୍ତି ।