ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି । ପୁନେର ଏମ୍ସିଏ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି 16 ଓଭର ଶେଷ ସୁଦ୍ଧା 1 ଓ୍ବିକେଟ ବିନିମୟରେ 53 ରନ୍ ସଂଗ୍ରହ କରିଛି । ଗତ ମ୍ୟାଚ୍ର ଶତକ ହାସଲକାରୀ ରୋହିତ ଶର୍ମା ମାତ୍ର 14 ରନ୍ କରି ରବାଡାଙ୍କ ଶିକାର ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 26 ରନ୍ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଖେଳା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍ ପିଟ୍ଙ୍କ ସ୍ଥାନରେ ଆନିର୍ଚ ନୋର୍ଜେଙ୍କୁ ସାମିଲ କରାଯାଇଛି ।