ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ବଡ ଝଟକା ଲାଗିଛି । ଦଳର 26 ଜଣ ନେତାଙ୍କ ସହ 300 କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ଆବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଅକ୍ଟୋବର ୨୧ରୁ ମତଦାନ ହେବାକୁ ଥିବା ବେଳେ କର୍ମୀଙ୍କ ଇସ୍ତଫା ଶିବସେନାକୁ ଅଡୁଆରେ ପକାଇ ପାରେ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ସହିତ 124 ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେପି 150 ଆସନରେ ପ୍ରତିଦ୍ବନ୍ଦିତା କରୁଛି । ପୂର୍ବରୁ ଉତ୍ତର ମୁମ୍ବାଇରେ ମଧ୍ୟ ଆସନ ଆବଣ୍ଟନକୁ ନେଇ 300 ଶିବସେନା କର୍ମୀ ଇସ୍ତଫା ପ୍ରଦାନ କରିଥିଲେ ।


