ଜମ୍ମୁ କାଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଧାରା 370 ଉଚ୍ଛେଦ ପରଠାରୁ ପ୍ରଥମ ଥର ପାଇଁ ଗୁରୁବାର ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯିବା ସହିତ ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ କାଶ୍ମୀର ସମ୍ପୂର୍ଣ୍ଣ ଭାବରେ ଖୋଲାଯାଇଛି । ଅଗଷ୍ଟ ଦୁଇ ତାରିଖରୁ ସୁରକ୍ଷା କଟକଣା ଜାରି କରାଯିବା ସହିତ ଅମରନାଥ ଯାତ୍ରୀଙ୍କୁ ଫେରାଇ ଅଣାଯାଇଥିଲା । ଏହାର ତିନିଦିନ ପରେ ଉପତ୍ୟାକାରୁ ଧାରା 370 ଉଚ୍ଛେଦ କରାଯାଇଥିଲା । ଏହାପରେ ବିଭିନ୍ନ ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ସହିତ ପର୍ଯ୍ୟଟକଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ପର୍ଯ୍ୟଟକଙ୍କ ପାଇଁ କଟକଣା ହଟା ଯାଇଥିଲେ ମଧ୍ୟ ରାଜନେତା ମାନଙ୍କୁ ବର୍ତ୍ତମାନ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଛି ।