ମହିଳା ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ର ସେମିରେ ପ୍ରବେଶ କରିଛନ୍ତି ଏମ୍ ସି ମେରୀକମ୍ । ମେରୀକମ୍ 51 କିଗ୍ରା ବର୍ଗରେ ସେମି ଫାଇନାଲ୍ରେ ପ୍ରବେଶ କରିବା ସହିତ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି ମଣିପୁରୀ ବକ୍ସର ଏମ୍ସି ମେରୀକମ୍ । କଲମ୍ବିଆର ଇଙ୍ଗ୍ରିଟ୍ ଭାଲେନ୍ସିଆଙ୍କୁ 5-0ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି ମେରୀ କମ୍ । ଏହା ସହିତ ମେରୀ ବିଶ୍ବ ଚାମ୍ପିୟନ୍ସିପ୍ରେ ନିଜର ଅଷ୍ଟମ ପଦକ ତଥା ସପ୍ତମ ସ୍ବର୍ଣ୍ଣ ପଦକ ଆଶାରେ ରହିଛନ୍ତି । ମେରୀ କମ୍ଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳି କବିତା(81 କିଗ୍ରା), ମଞ୍ଜୁ ରାଣୀ(48 କିଗ୍ରା), ଜମୁନ୍ ବୋରୋ (54 କିଗ୍ରା), ଲୋଭିନା ବୋର୍ଗୋହେଁ(69 କିଗ୍ରା ଏହି ଟୁର୍ଣ୍ଣାମେଣ୍ଟର କ୍ବାର୍ଟରରେ ପ୍ରବେଶ କରିଛନ୍ତି ।