ରାଉରକେଲାରୁ 11 କିଗ୍ରା ସୁନା ଜବତ କରାଯାଇଛି । କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଟ୍ରେନ୍ରୁ ଏହି ସୁନା ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ସମୁଦାୟ 110 ଖଣ୍ଡ ସୁନା ପ୍ଲେଟ୍ ଜବତ କରାଯାଇଛି । ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ଚଢାଉ କରାଯାଇ ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ରୁ ଏହି ସୁନା ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଜବତ ସୂନାର ମୂଲ୍ୟ ପ୍ରାୟ 4 କୋଟି ଟଙ୍କା ହେବ ବୋଲି ଜଣାପଡିଛି ।