ଆସନ୍ତା ନୂଆବର୍ଷ ତଥା ଜାନୁୟାରୀ 1 ତାରିଖରୁ ସୁରତ ଏବଂ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ଜଣାପଡିଛି । ଏୟାର ଇଣ୍ଡିଆର ଏହି ବିମାନଟି ସପ୍ତାହକୁ ତିନି ଦିନ ଯାତ୍ରା କରିବ ବୋଲି ଜଣାପଡିଛି । ଭୁମବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିମାନ ଚଳାଚଳ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ ଟ୍ବିଟ୍ କରାଯାଇଛି ।