ପୋଲିସ୍କୁ ମିଳିଛି ବଡ ସଫଳତା । ବିଗତ କିଛି ମାସ ହେବ ଜୁଆଡିଙ୍କ ଦୌରାତ୍ମ୍ୟ ବଢିଥିବା ବେଳେ ଆଜି ବ୍ରହ୍ମପୁର ପୋଲିସ୍ 15 ଜଣ ଜୁଆଡିଙ୍କୁ ଗିରଫ କରିଛି । 15 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 7 ଲକ୍ଷ 68 ହଜାର ଟଙ୍କା ଜବତ କରିଛି । ଏହା ସହିତ ଜୁଆଡି ମାନଙ୍କ ନିକଟରୁ 16ଟି ମୋବାଇଲ୍ ଫୋନ୍ ଏବଂ 5ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ସନ୍ଧାନ ଜାରି ରଖିଛି ପୋଲିସ୍ ।