ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ର ସଫଳତା ପରେ କେନ୍ଦ୍ର ସରକାର ଅଧିକ ଟ୍ରେନ୍ର ଘରୋଇକରଣ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସରକାର 50 ଟି ରେଳ ଷ୍ଟେସନ୍ ଏବଂ 150ଟି ଟ୍ରେନ୍ର ଘରୋଇକରଣ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସଚିବ ଦଳ ଗଠନ କରିବା ନେଇ ସରକାର ପ୍ରସ୍ତାବ ରଖିଥିବା ଜଣାପଡିଛି । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଭାରତୀୟ ରେଳବାଇର ଚେୟାରମ୍ୟାନ୍ ଭି କେ ଯାଦବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି । ଅକ୍ଟୋବର 7 ତାରିଖରେ କାନ୍ତ ଏହି ପତ୍ର ଲେଖିଥିବା ଜଣାପଡିଛି ।