ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 7 ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନି ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ନରୋରାରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍ ଧକ୍କା ଦେବାରୁ 4 ଜଣ ମହିଳା ଏବଂ ତିନି ଜଣ ଯୁବତୀଙ୍କ ପ୍ରାଣହାନି ଘଟିଥିବା ନେଇ ପୋଲିସ୍ କମିସନର ସନ୍ତୋଷ କୁମାର ସୂଚନା ଦେଇଛନ୍ତି । ଏହି ତୀର୍ଥଯାତ୍ରୀ ମାନେ ବୈଷ୍ଣୋଦେବୀରୁ ଫେରୁଥିବା ବେଳେ ରାସ୍ତାର ଅନ୍ୟ ପାର୍ଶ୍ବରେ ଶୋଇଥିଲେ । ଏହି ସମୟରେ ବସ୍ ମାଡିଯିବାରୁ 7 ଜଣଙ୍କ ଦେହାନ୍ତ ହୋଇଥିଲା । ମୃତକଙ୍କ ନାମ ହେଉଛି ଫୁଲମତୀ(65), ମାଳା ଦେବୀ(32), କଳ୍ପନା(3), ସାବିତ୍ରୀ(35), ଯୋଗିତା(5) ଏବଂ ରେଣୁ(22) ।