ଦିଲ୍ଲୀ ସରକାରଙ୍କ ଡେଙ୍ଗୁ ଅଭିଯାନରେ ସହାୟତା କାରଣରୁ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିବା ବେଳେ ବିଗତ ଏକ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା । ବିଗତ 6 ମାସ ହେବ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏହି ଅଭିଯାନର ଅଂଶ ହେବା ସହିତ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଉଦ୍ୟମ କରୁଛନ୍ତି । ସେହ୍ବାଗଙ୍କ ଏହି ଉଦ୍ୟମ କାରଣରୁ କେଜ୍ରିଓ୍ବାଲ ଶୁକ୍ରବାର ଦିନ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।