କେନ୍ଦୁଝର ସରକାରୀ ଅର୍ଥ 23 ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ସରପଞ୍ଚ ଗିରଫ ହୋଇଛନ୍ତି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ପାଇଁ ଆସିଥିବା ଏହି ଅର୍ଥକୁ ଆତ୍ମସାତ କରାଯାଇଥିବାର ଅଭିଯୋଗ ଆସିବା ପରେ ଘଟଗାଁ ଥାନାରେ ବିଡ଼ିଓ ଅଭିଯୋଗ କରିଥିଲେ । ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଘଟଗାଁ ଥାନା ଗିରଫ କରିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଥିବା ସୂଚନା ମିଳିଛି ।