ବିଜେପୁର ଉପ ନିର୍ବାଚନକୁ ନେଇ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେପୁରରେ ଏବେ ଚାଲିଛି ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ବିଜେଡିର ଭୋଟ କମିବା ନେଇ ପୂର୍ବାନୁମାନ ଲଗାଇଛନ୍ତି ପ୍ରମିଳା ମଲ୍ଲିକ । ଦଳର ମୁଖ୍ୟ ସଚେତକ ରହିଥିବା ମଲ୍ଲିକ 22 ହଜାର ଭୋଟ କମିବ ମାତ୍ର ଦଳ 35 ହଜାରରୁ ଅଧିକ ବ୍ୟବଧାନରେ ଜିତିବବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ପ୍ରମିଳା କହିଛନ୍ତି ସେ ଯେତେ ପ୍ରଚାର କଲେ ବି କିଛି ଫରକ୍ ପଡ଼ିବନି ।