ଭାରତୀୟ ଅଧିନାୟକ ବିରାଟ କୋହଲି ଡନ୍ ବ୍ରାଡମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ବିରାଟ କୋହଲି ୧୯୪ ରନ୍ରେ ଅପରାଜିତ ରହି ବ୍ୟାଟିଂ କରୁଛନ୍ତି। ଏହି ଇନିଂସ ସହିତ କୋହଲି ଆଉ ଏକ ରେକର୍ଡ ବୁକ୍ରେ ନିଜର ନାମ ସାମିଲ କରିଛନ୍ତି। ଅଧିନାୟକ ଭାବରେ ସର୍ବାଧିକ ୧୫୦ ରନ୍ ସ୍କୋର କରିବା ତାଲିକାରେ ବିରାଟ କୋହଲି ବ୍ରାଡମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଧିନାୟକ ଭାବରେ ବ୍ରାଡମ୍ୟାନ୍ ୮ ଥର ୧୫୦ ରନ୍ ସ୍କୋର କରିଥିବା ବେଳେ କୋହଲି ୯ ଥର ୧୫୦ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି।