ନରଓ୍ବେର ନୋବେଲ କମିଟି ପକ୍ଷରୁ 2019 ବର୍ଷ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମଦ୍ ଅଲୀଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ତାଲିକାରେ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । ପଡୋଶୀ ରାଷ୍ଟ୍ର ଏରିଟ୍ରି ସହିତ ସୀମାକୁ ନେଇ ଲାଗି ରହିଥିବା ଯୁଦ୍ଧ ସମାପ୍ତ କରିଥିବାରୁ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । 1998ରୁ 2000 ମଧ୍ୟରେ ଏରିଟ୍ରି ସହିତ ସୀମାକୁ ନେଇ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ପରିବେଶବିତ୍ ଗ୍ରେଟା ଥନବର୍ଗଙ୍କୁ ପଛରେ ପକାଇ 100 ତମ ନୋବେଲ ଶାନ୍ତି ପୁରସ୍କାର ହାସଲରେ ସଫଳ ହୋଇଥିଲେ ଆବି ଅହମ୍ମଦ । ଆସନ୍ତା ଡିସେମ୍ବର ମାସରେ ଓସ୍ଲୋରେ ଏହି ପୁରସ୍କାର ପ୍ରଦାନ କରାଯିବ ।