ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଖୋର୍ଦ୍ଧାର ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ବାଣ ପ୍ରସ୍ତୁତକାରୀ ଗୌରାଙ୍ଗ ପଟ୍ଟନାୟକଙ୍କୁ ପୁଲିସ୍ ଗିରଫ କରିଛି । ଦୀପାବଳି ପୂର୍ବରୁ ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ଖବର ପାଇ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମସ୍ତ ବିସ୍ପୋରକ ସାମଗ୍ରୀ ଶିବକାଶୀରୁ ଆସିଥିବା ଜଣାପଡ଼ିଛି ।