ବିଜେପୁର ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଷ୍ଟାର କ୍ୟାମ୍ପେନର ଧର୍ମେନ୍ଦ୍ର ପ୍ରଧାନ । ଗାଇସିଲଟରେ ନିଜର ନିର୍ବାଚନୀ ସଭା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ହାତ ଧରି 6 ମାସ ମଧ୍ୟରେ ଛାଡିଦେବା ଠିକ୍ ହୋଇନି ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଦାୟିତ୍ବ ନେବେ ବୋଲି କହିଥିଲେ ମାତ୍ର କି ଦାୟିତ୍ବ ନେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ହିଞ୍ଜିଳି ଆସନରୁ ମଧ୍ୟ ଇସ୍ତଫା ପ୍ରଦାନ କରି ପାରିଥାନ୍ତେ ବୋଲି କହିଛନ୍ତି । ସେହିପରି କାଳିଆ ଯୋଜନାରେ ବିଧାୟକଙ୍କ ପତ୍ନୀ ଓ ନେତା ରହିଥିବା ବେଳେ ଚାଷୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି । ବିଜେପି ବିଜୟୀ ହେଲେ ସମସ୍ତ ଘରକୁ ପକ୍କା କରାଯିବା ସହିତ ପାଣି ଏବଂ ବିଜୁଳି ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।