ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ କରୁଣ ଘଟଣା ଘଟିଛି । ନିଜର ଦୁଇ ଝିଅଙ୍କ ସହିତ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟଗା ଉଦ୍ୟମ କରିଛନ୍ତି ଜନୈକ ମହିଳା । ଘଟଣାରେ ମା ରମା ଭଞ୍ଜ ପ୍ରାଣ ହରାଇଥିବା ବେଳେ ଦୁଇ ଝିଅ ଗୁରୁତର ଭାବରେ ଆହତ ହୋଇଛନ୍ତି । ଜଣଙ୍କର ପାପୁଲି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।