କ୍ରମାଗତ 12 ତମ ବର୍ଷ ପାଇଁ ଶ୍ରଷ୍ଠ ଭାରତୀୟ ଧନୀ ତାଲିକାରେ ରହିଛନ୍ତି ମୁକେଶ ଅମ୍ବାନୀ । ଶୁକ୍ରବାର ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସମୁଦାୟ 51.4 ବିଲିୟନ୍ ଡଲାରର ସମ୍ପତ୍ତି ସହିତ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତରେ ବିଭିନ୍ନ ବ୍ୟବସାୟୀଙ୍କ ସମ୍ପତ୍ତିରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁଇ ନମ୍ବର ସ୍ଥାନରେ ରହିଥିବା ଅଜୀମ୍ ପ୍ରେମ୍ଜୀ 17 ତମ ସ୍ଥାନକୁ ଖସି ଆସିଛନ୍ତି । 10 ନମ୍ବର ସ୍ଥାନରେ ରହିଥିବା ଗୌତମ ଅଦାନୀ 8ଟି ସ୍ଥାନ ଉପରକୁ ଉଠି 15.7 ବିଲିୟନ୍ ଡଲାର ସହିତ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଅଶୋକ ଲେଲ୍ୟାଣ୍ଡ ମାଲିକ ହିନ୍ଦୁଜା ବ୍ରଦର୍ସ 15.6 ବିଲିୟନ୍ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ସାର୍ପୋଜୀ ପାଲୋଞ୍ଜୀ (15 ବିଲିୟନ୍) ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଦୟ କୋଟାକ୍(14.8) ଏବଂ ଶିବ ନାଦାର (14.4) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।