ପିଆଜର ଦର ଲୋକଙ୍କୁ କନ୍ଦାଉଥିବାବେଳେ ପିଆଜ ପାଇଁ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦେଶର ଅଧିକାଂଶ ସହରରେ ପିଆଜର ଦାମ୍ ୮୦ ଟଙ୍କା ରହିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ପିଆଜକୁ ନେଇ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବାବେଳେ ଏଥିରେ ପାଞ୍ଚଜଣଯାକ ଆହତ ହୋଇଥିବାର ଖବର ମିଳିଛି। ଅମରୋହା ଗ୍ରାମର ଏକ ଦୋକାନରୁ ଜଣେ ମହିଳା ପିଆଜ କିଣିବାକୁ ନେଇ ଯୁକ୍ତି ଆରମ୍ଭ କରିଥିଲେ। ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପିଆଜ କିଣିବାକୁ ନେଇ ଅସମର୍ଥତା ପ୍ରକାଶ କରି ସମ୍ପୃକ୍ତ ମହିଳାଙ୍କୁ କିଛି ଶୁଣାଇଥିଲେ। ପରେ ପରେ ପିଆଜକୁ ନେଇ ଏହି ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଏବଂ ଏହି ଝଗଡ଼ରେ ଅନ୍ୟ ମହିଳାମାନେ ସାମିଲ୍ ହୋଇଗଲେ। ପରେ ପରିସ୍ଥିତି ଏପରି ହେଲା ଯେ ମହିଳାମାନେ ଉଭୟ ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଭିଡାଭିଡି ଓ ଟଣା ଘୋଷରା ହୋଇ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ବିବାଦକୁ ନେଇ ଦୁଇ ପକ୍ଷଙ୍କ ତରଫରୁ ମାମଲା ଦାଏର କରାଯାଇଛି। ଏହି ଘଟଣାରେ ସମସ୍ତଙ୍କୁ ଜମାନତ ମଧ୍ୟ ମିଳି ସାରିଛି। ନିକଟରେ ପିଆଜର ଦରରେ ଅହେତୁକ ବୃଦ୍ଧି ହେବା ସହିତ ଟମାଟୋର ମଧ୍ୟ ଦର ବୃଦ୍ଧି ଘଟିଛି।