ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆଇସ୍ଲ୍ୟାଣ୍ଡକୁ ପରାସ୍ତ କରିଛି ଫ୍ରାନ୍ସ । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଆଇସଲ୍ୟାଣ୍ଡକୁ 1-0 ଗୋଲ୍ରେ ପରାସ୍ତ କରିଛି ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ ଓଲିଭର୍ ଜିରୁଡ୍ ଏକ ମାତ୍ର ଗୋଲ୍ ସ୍କୋର କରିଥିଲେ । ଏହି ବିଜୟ ସହିତ ଫ୍ରାନ୍ସ 18 ପଏଣ୍ଟ ସହିତ ଗ୍ରୁପ ଏଚ୍ର ଶୀର୍ଷରେ ପହଞ୍ଚିଛି । 90 ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିବା ବେଳେ ଅତିରିକ୍ତ ସମୟରେ ମିଳିଥିବା ପେନାଲ୍ଟି କର୍ଣ୍ଣରରେ ଗୋଲ୍ ସ୍କୋର କରି ଜିରୁଡ୍ ଫ୍ରାନ୍ସକୁ ବିଜୟୀ କରାଇଥିଲେ । ଏହି ଗୋଲ୍ ସହିତ ଅନ୍ତର୍ଜାତୀୟୂ ସର୍କିଟ୍ରେ ଜିରୁଡ୍ ନିଜର 37 ତମ ଗୋଲ୍ ସ୍କୋର୍ କରିଛନ୍ତି । ଫ୍ରାନ୍ସ ପକ୍ଷରୁ ଥିଏରୀ ହେନ୍ରୀ ସର୍ବାଧିକ 51 ଗୋଲ ସ୍କୋର କରିଥିବା ବେଳେ ମାଇକେଲ ପ୍ଲାଟିନି 41ଟି ଗୋଲ୍ ସ୍କୋର କରିଛନ୍ତି ।