ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସମାଲୋଚନା କରିଛନ୍ତି । ଜଗନ ଜଣେ ମାନସିକ ରୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ନାଇଡୁ ଅଭିଯୋଗ କରିଛନ୍ତି । କ୍ଷମତାକୁ ଆସିବା ପରେ ବିକାଶ ପରିବର୍ତ୍ତେ ପ୍ରତିଶୋଧ ପରାୟଣତାର ରାଜନୀତିରେ ଲିପ୍ତ ରହିଛନ୍ତି ଜଗନ । ବିପକ୍ଷ ଦଳର ନେତା ଏପରିକି ସାଧାରଣ ଜନତା ଜଗନଙ୍କ ଏହି ବିକୃତ ମାନସିକତାର ଶିକାର ହେଉଛନ୍ତି । ମୁଁ ଅନେକ ମୁଖ୍ୟମନ୍ତ୍ରି ଦେଖିଛି ମାତ୍ର ଜଗନଙ୍କ ପରି କାହାକୁ ଦେଖିନାହିଁ । ଟିଡିପିର 500 କର୍ମୀଙ୍କୁ ବିଭିନ୍ନ ଜେଲ୍ରେ ଅଟକ ରଖାଯାଇଥିବା ନେଇ ନାଇଡୁ ଅଭିଯୋଗ କରିଛନ୍ତି । ବିଧାନସଭା ନିର୍ବାଚନର ପରାଜୟ ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ ସମୟରେ ଏହି ମତ ଦେଇଛନ୍ତି ।