ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ଭୂଷଣ ପାୱର ଏଣ୍ଡ ଷ୍ଟିଲ ଲିମିଟେଡ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନିର ୪,୦୨୫.୨୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଆର୍ଥିକ ହେରଫେର ଅଧିନିୟମ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଟାଚ୍ ସମ୍ପତ୍ତି ମଧ୍ୟରେ ଜମି, କୋଠା ଓ କାରଖାନା ଅନ୍ତଭୁକ୍ତ ରହିଛି । ସମ୍ପତ୍ତି ଆଟାଚ୍ ନେଇ ଇଡି ଟୁଇଟ୍ ମାଧ୍ୟମରେ ଜଣାଇଛି ।