କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏକ ଭିନ୍ନ ଯୁକ୍ତି ଉପସ୍ଥାପିତ କରିଛନ୍ତି । ପ୍ରସାଦ କହିଛନ୍ତି, “ଅକ୍ଟୋବର ୨ରେ ରିଲିଜ ହୋଇଥିବା ୩ଟି ଫିଲ୍ମ ଗୋଟିଏ ଦିନରେ ମିଳିତ ଭାବେ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶର ଅର୍ଥନୀତି ଆଦୌ ହ୍ରାସ ପାଇନାହିଁ। ସେହିପରି ଦେଶରେ ଜିଡିପିର ଦର ମଧ୍ୟ ଠିକ୍ ରହିଥିବାର କରିଛନ୍ତି । ଦେଶରେ ୨୬୮ଟି ମୋବାଇଲ୍ ନିର୍ମାଣକାରୀ କମ୍ପାନୀ ରହିଛି । ମେଟ୍ରୋ ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣ ହେଉଛି । ଲୋକଙ୍କ ପାଖରେ ଚାକିରି ଅଛି । ରବିଶଙ୍କର ପ୍ରସାଦ ଏନ୍ଏସ୍ଏସ୍ଓ ତରଫରୁ ହୋଇଥିବା ନିଯୁକ୍ତିକୁ ନେଇ ପରିସଂଖ୍ୟାନକୁ ମଧ୍ୟ ଖାରଜ କରିଛନ୍ତି । ଦେଶର ଅର୍ଥନୀତି ଅଭିବୃଦ୍ଧି ସୂଚକାଙ୍କ ହ୍ରାସ ପାଉଥିଲେ ହେଲେ ହେଁ କେନ୍ଦ୍ରମନ୍ତ୍ରୀ ଏହାକୁ ମାନିବାକୁ ନାରାଜ ।