ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍ ଇଭିନ୍ ସ୍କିମ୍ ଲାଗୁ ହେବାକୁ ଯାଉଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଡ୍ ଇଭିନ୍ ସ୍କିମ୍ ସହ ଜଡିତ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏଥର ଅଡ ଇଭିନ୍ ସ୍କିମ ଚାଲୁ ହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ମିଳିବ ନାହିଁ। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି। ଏହା ପୂର୍ବରୁ ଅଡ ଇଭିନ୍ ସ୍କିମ ଚାଲୁହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ଦିଆଯାଉଥିଲା। କିନ୍ତୁ ଏଥର ଦିଆଯିବ ନାହିଁ। ତେବେ ମହିଳାମାନଙ୍କୁ ଏଥିରୁ ଆଶ୍ଵସ୍ତୀ ମିଳିବ। ଅଡ ଇଭିନ୍ ଯୋଜନା ସକାଳ ୮ରୁ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିବ। ଯେଉଁ ଗାଡିରେ ମହିଳା ବସିଥିବେ କିମ୍ବା ମହିଳା ଗାଡି ଚଳାଉଥିବେ ସେଗୁଡିକୁ ଆଶ୍ଵସ୍ତି ଦିଆଯିବ। ଏତଦ୍ ବ୍ୟତୀତ ଗାଡିରେ ଯଦି ୧୨ ବର୍ଷରୁ କମ୍ ବୟସର ପିଲା ବସିଥିବେ ତେବେ ମଧ୍ୟ ସେମାନଙ୍କୁ ଆଶ୍ଵସ୍ତି ମିଳିବ। ଦୁଇ ଚକିଆ ଯାନ ଉପରେ ଏହି ଯୋଜନା ଲାଗୁ ହେବ କି ନାହିଁ ତାହା ନିଷ୍ପତ୍ତି କରାଯାଇ ନାହିଁ। ସେହି ସମୟରେ ନିୟମ ଉଲ୍ଲଙ୍ଘନ କଲେ ଜରିମାନା ରାଶି ମଧ୍ୟ ନିର୍ଦ୍ଧାରଣ ହୋଇ ନାହିଁ। ଅପର ପକ୍ଷରେ ସରକାର ଦୁଇ ଚକିଆ ଯାନ ଉପରେ ଏହି ଯୋଜନା ଲାଗୁ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଯାଏଁ କିଛି ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ପୂର୍ବ ବର୍ଷ ଏହି ଯୋଜନା ଆଧାରରେ ଦୁଇ ଚକିଆ ଯାନକୁ ଆଶ୍ଵସ୍ତୀ ଦିଆଯାଇଥିଲା। ପ୍ରଦୂଷଣ କମ କରିବା ପାଇଁ ଦିପାବଳୀରେ ବାଣ ନ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।